‘ପିଏମ୍‌-କିଷାନ୍‌ ଯୋଜନା’ରେ ଦେଶର ୯ କୋଟି କୃଷକଙ୍କୁ ପଠାଗଲା ୧୮,୦୦୦ କୋଟି ଟଙ୍କା, ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

Advertisment
ବାଜପେୟୀ ଜୟନ୍ତୀ: ୯ କୋଟି ଚାଷୀଙ୍କୁ ୧୮,୦୦୦ କୋଟି

Image Courtesy of Hindustan Times

ନୂଆଦିଲ୍ଲୀ: ‘ପ୍ରଧାନମନ୍ତ୍ରୀ କିଷାନ୍‌ ସମ୍ମାନ ନିଧି’ ଯୋଜନାର ପରବର୍ତ୍ତୀ କିସ୍ତି ଭାବେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ କୋଟି କୃଷକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ୧୮,୦୦୦ କୋଟି ଟଙ୍କା ପ୍ରେରଣ କରିଛନ୍ତି। ଗତ ପ୍ରାୟ ଏକ ମାସ ହେବ କୃଷକମାନେ କୃଷି ଆଇନ ବିରୋଧରେ ଚଳାଇଥିବା ତୀବ୍ର ପ୍ରତିବାଦ ମଧ୍ୟରେ କୃଷକମାନଙ୍କ ଜମା ଖାତାକୁ ପ୍ରତ୍ୟକ୍ଷ ଭାବେ ଏହି ନଗଦ ଅର୍ଥ ପ୍ରେରଣ କରାଯାଇଛି।

ଏହି ଯୋଜନାର ପ୍ରଥମ କିସ୍ତି ୨୦୧୯ରେ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ସମଗ୍ର ଦେଶର କୃଷକମାନଙ୍କୁ ଉଦ୍‌ବୋଧନ ଦେବା ସହ ଛଅଟି ରାଜ୍ୟର କୃଷକମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ କଥାବାର୍ତ୍ତା କରିଛନ୍ତି। ନୂଆ କୃଷି ଆଇନ ସମ୍ବନ୍ଧରେ ମିଥ୍ୟା ଏବଂ ଗୁଜବ ପ୍ରଚାର କରୁଥିବା ଦର୍ଶାଇ ସେ ବିରୋଧୀ ଦଳଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି।

publive-image Image Courtesy of India Today

କୃଷକମାନଙ୍କ ସହ ଭିଡ଼ିଓ କନ୍‌ଫରେନ୍‌ସିଙ୍ଗ୍‌ରେ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଜଣେ କୃଷକଙ୍କୁ କହିଥିଲେ, କୃଷକମାନଙ୍କୁ କିଷାନ୍‌ କ୍ରେଡିଟ୍‌ କାର୍ଡ ବିଷୟରେ କହିବା ସହ ଏହାଦ୍ୱାରା ମିଳୁଥିବା ସ୍ୱଳ୍ପ ସୁଧହାର ଋଣ ସମେତ ଅନ୍ୟାନ୍ୟ ଉପକାର କଥା ଆପଣ କୃଷକମାନଙ୍କୁ ଜଣାନ୍ତୁ।

ଅନ୍ୟ ପକ୍ଷରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, କୃଷି ଆଇନକୁ ପ୍ରାୟ ବର୍ଷଟିଏ ଲାଗୁ କରାଯାଉ। ଯଦି ଏହାଦ୍ୱାରା କୃଷକମାନଙ୍କର ଉପକାର ନ ହୁଏ ତେବେ ଆବଶ୍ୟକ ସଂଶୋଧନ ପାଇଁ ଆମେ ପ୍ରସ୍ତୁତ ହେବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe